ଯୋଡ଼ାରେ ନିଆଁରେ ପୋଡ଼ି ହୋଇ ମହିଳା ମୃତ,କାରଣ ଅସ୍ପଷ୍ଟ ।
କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଗୋପ ମହାନ୍ତି କଲୋନୀରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନାନୁସାରେ ଯୋଡା ପୌରପାଳିକା ୯ ନମ୍ବର ୱାର୍ଡ ଗୋପ ମହାନ୍ତି କଲୋନୀରେ ଜଣେ ମହିଳାଙ୍କ ଦେହରେ ନିଆଁ ଲାଗିବାରୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଶନିବାର ରାତି ପ୍ରାୟ ୯ଟା ସମୟରେ ଏହି କଲୋନୀ ରେ ରହୁଥିବା କାଳିଆ ପାତ୍ରଙ୍କ ସ୍ତ୍ରୀ ସୁବାସିନୀ ପାତ୍ରଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ତାଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିକଟସ୍ଥ ଟାଟା ଷ୍ଟିଲ ଡାକ୍ତରଖାନାକୁ ଅଣା ଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ହେଲେ, ମୃତ ମହିଳାଙ୍କ ଦେହରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।