ସାବଧାନ ! ଆସିଲା ନିର୍ବାଚନ ଋତୁ, ହେବ ମିଛ ପ୍ରତିଶୃତିର ବର୍ଷା

Spread the love

ଉ ମାତ୍ର ଦିନ କେଇଟା ରହିଲା, ସାଧାରଣ ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ,ଓଡିଶା ଓ ସିକିମ ବିଧାନସଭା ପାଇଁ ମୁଖ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା ସହ ଆଚରଣ ବିଧି ଲଗେଇବେ I ଗୋଟିଏ ପଟେ କିଭଳି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ହେବ ସେଥିପାଇଁ ମୁଖ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ବେଳେ ବିଭିନ୍ନ ରାଜନୈତିକ ଦଳ ମାନେ କିଭଳି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରି ନିର୍ବାଚନ ଜିତି କ୍ଷମତା ହାସଲ କରିବେ ସେଥିପାଇଁ ସବୁ ପ୍ରକାର କଳ କୌଶଳ ଆରମ୍ଭ କରିଦେଲେଣି I କିଏ ଗୋଟିଏ ଦଳ ଛାଡି ଅନ୍ୟଦଳରେ ମିସିଲାଣି ତ କେଉଁ ଦଳ ଗୋଟିଏ ମେଣ୍ଟ ଛାଡି ଅନ୍ୟ ମେଣ୍ଟରେ ମିସିଲାଣି I ତେଣୁ କିଏ କ’ଣ ଓ କେଉଁ ଦଳର ପ୍ରକୃତ ଚରିତ୍ର କ’ଣ ତାକୁ ସଠିକ ଭାବରେ ପରଖିକି ଲୋକ ଠିକ ପ୍ରାର୍ଥୀଙ୍କୁ ଭୋଟ ଦେବେ ତାହା ହେଉଛି ଏଥର ନିର୍ବାଚନର ଏକ ବଡ ଆହ୍ୱାନ I କାରଣ ସଠିକ ଲୋକ ପ୍ରତିନିଧି ବାଛି ଠିକ ଦଳ ହାତରେ କ୍ଷମତା ନରହିଲେ ଦେଶ ଓ ରାଜ୍ୟ ରସାତଳକୁ ପଳାଇବ I

ନିର୍ବାଚନ ପୂର୍ବରୁ ଜାତୀୟସ୍ତର ଠାରୁ ଆରମ୍ଭ କରି ଆଂଚଳିକ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଦଳମାନେ ସେମାନଙ୍କର ପ୍ରତିଶୃତି ପତ୍ର ଘୋଷଣା କରିବେ I ସେଗୁଡିକୁ ଅଂଧପରି ବିଶ୍ୱାସ କରିବା ପୂର୍ବରୁ ସେହିଦଳମାନେ ବିଗତବର୍ଷମାନଙ୍କରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ କ୍ଷମତାକୁ ଅସିଲା ପରେ (ଚାହେଁ କେନ୍ଦ୍ର ସରକାର ହେଉ କିମ୍ବା ରାଜ୍ୟସରକାର ହେଉ) କେତେ ପାଳନ କରିଛନ୍ତି ତାହାର ତର୍ଜମା ହେବାର ଆବଶ୍ୟକ ରହିଛି I ଏଥିରେ ପ୍ରମୁଖ ଭୂମିକା ଗଣମାଧ୍ୟମ ଓ ସାମାଜିକ କର୍ମୀମାନଙ୍କର ରହିଛି I ଯଦି ସେମାନେ ସେମାନଙ୍କର ଧର୍ମ ଠିକଭାବରେ ଏହି ସମୟରେ ନକରନ୍ତି ତେବେ ଦେଶ ୫ ବର୍ଷ ପାଇଁ ଠକାମିରେ ପଡିଯାଇପାରେ I     


Spread the love

Leave a Reply

Your email address will not be published. Required fields are marked *