ଆଜିଠୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ

Spread the love

ଭୁବନେଶ୍ୱର: ଆଜିଠୁ ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ବୁଧବାର ପରୀକ୍ଷା ତାରିଖ ଘୋଷଣା ହୋଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜିଠାରୁ ଆସନ୍ତା ଏପ୍ରିଲ 10 ମଧ୍ୟରେ ଆୟୋଜନ ହେବ । ବିଜ୍ଞପ୍ତି ଅନୁଯାୟୀ ୫୫ ଦିନ ଧରି ପରୀକ୍ଷା ଅନୁଷ୍ଠିତ ହେବ । କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ନିର୍ଦ୍ଧାରଣ କରିବାକୁ ପରୀକ୍ଷା ପରିଚାଳନା କରୁଥିବା ସମସ୍ତ ସଂସ୍ଥାକୁ ଅନୁରୋଧ କରାଯାଇଛି । ଏଥର ଭାରତ ସମେତ ବିଶ୍ବର ୨୬ଟି ଦେଶରୁ ୩୯ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

ସକାଳ ୧୦ଟା ୩୦ରୁ ଆରମ୍ଭ ହେବ ପରୀକ୍ଷା। ୨ ଘଣ୍ଟାର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ରାଜଧାନୀ ଦିଲ୍ଲୀରେ ୮୭୭ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୮୦ ହଜାର ୧୯୨ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ଼ ପରୀକ୍ଷା ୧୩ ମାର୍ଚ୍ଚରେ ସରୁଥିବା ବେଳେ ଯୁକ୍ତ ୨ ପିଲାମାନଙ୍କର ଏପ୍ରିଲ ୨ରେ ସରିବ। ପ୍ରଶ୍ନପତ୍ର ପ୍ରଘଟ ଗୁଜବରୁ ଦୂରେଇ ରହିବାକୁ ସିବିଏସଇ ପକ୍ଷରୁ ପବ୍ଲିକ ଆଲର୍ଟ ଜାରି ହୋଇଛି ।


Spread the love

Leave a Reply

Your email address will not be published. Required fields are marked *