ରାଉରକେଲା ଆକାଶ ରୁ ଗତ ୫,୬ ଦିନ ଲଗାତାର ରଙ୍ଗ ବର୍ଷା ହେବାରେ ଲାଗିଛି ! ହଳଦିଆ ରଙ୍ଗ ଆକାଶ ରୁ ଅନବରତ ବର୍ଷି ବାରେ ଲାଗିଛି। ଯଦିଓ ଦିନ ବେଳେ ସୂର୍ଯ୍ୟ କିରଣ ଥିବାରୁ ଏହା ଜଣା ପଡୁନାହିଁ । ଲୋକଙ୍କ ନଜର କୁ ଆସିପାରୁନାହିଁ କିନ୍ତୁ ରାତିବେଳା ଏହା ନଜର କୁ ଆସୁଛି । ଖାସ କରି ଏହି ରଙ୍ଗ ବର୍ଷା ଉଦିତନଗର, ଡେଲି ମାର୍କେଟ, ମେନ ରୋଡ଼ ଅଂଚଳରେ ଅଧିକ ଦେଖିବାକୁ ମିଳିଛି। ଯଦି ଆପଣ ଗାଡି ଘର ବାହାରେ ଖୋଲା ଆକାଶ ତଳେ ରଖୁଛନ୍ତି ତେବେ ଆପଣଙ୍କ ଗାଡି ଉପରେ ଏଭଳି ହଳଦିଆ କଲର ର ରଙ୍ଗ ଛିଟା ଦେଖିବାକୁ ପାଇବେ । ତେବେ ଏହା ରଙ୍ଗ କିମ୍ବା କୌଣସି ପ୍ରକାର ହଳଦିଆ କେମିକାଲ ତାହା ଜଣା ପଡୁନାହିଁ । ଅନେକ ଲୋକ ଏହା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରୁ ନିର୍ଗତ ହଳଦିଆ କେମିକାଲ ବୋଲି ଅନୁମାନ କରୁଛନ୍ତି। ଯଦି ଏହା କେମିକାଲ ହୋଇଥାଏ ତେବେ ଏହା କେତେ ମାରାତ୍ମକ ଏବଂ ଏହା ଯଦି ମଣିଷ ର କାନ, ଆଖି, ପାଟି ସଂସ୍ପର୍ଶରେ ଆସେ ତେବେ କଣ କ୍ଷତି କରିବ ଏ ନେଇ ଲୋକେ ଭୟଭୀତ ଅଛନ୍ତି ।