ସ୍ମାର୍ଟ ସିଟି ରାଉରକେଲା ରୁ ମାତ୍ର କେଇ କିଲୋମିଟର ଦୂରରେ ଅନ୍ଧବିଶ୍ୱାସ ର କରୁଣ ପରିଣତି !
ପୁଣି ଥରେ ସାମ୍ନା କୁ ଆସିଲା ଅନ୍ଧବିଶ୍ୱାସ ର କରୁଣ ପରିଣତି । ଡାହାଣୀ ସନ୍ଦେହ ରେ ସ୍ୱାମୀ ସ୍ତ୍ରୀ ଙ୍କୁ ପ୍ରଥମେ ବାନ୍ଧି ନିର୍ଧୁମ ପିଟିଲେ ଏବଂ ପରେ ଏକ ଘରେ ବନ୍ଦ କରି ମରିବା ପାଇଁ ଛାଡିଗଲେ । ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନା କୁ ଆସିଛି ରାଉରକେଲା ବିଶ୍ରା ଥାନା ଅଧିନ ଭାଲୁଳତା ପଞ୍ଚାୟତ ର ପଞ୍ଚାୟତ ଟୋଲି ଅଞ୍ଚଳରୁ । ପଞ୍ଚାୟତ ଟୋଲି ର ନିବାସୀ ଚାବା ଓରାମ ର ପ୍ରଥମ ସ୍ତ୍ରୀ ର ମୃତ୍ୟୁ ପରେ ସେ ରୁପୁନ ଓରାମ କୁ ଦ୍ଵିତୀୟ ବିବାହ କରିଥିଲେ। ରୁପୁନ ର ତିନି ଝିଅ । ଯାହା ମଧ୍ୟରୁ ଜଣେ ବାହା ହେଇଯାଇଥିବା ବେଳେ ଅନ୍ୟ ଦୁଇ ଜଣ ପାଠ ପଡୁଛନ୍ତି । ଚାବା ତାଙ୍କ ସ୍ତ୍ରୀ ରୁପୁନ ଏବଂ ଦୁଇ ଝିଅ ଙ୍କ ସହ ବେଶ ହସ ଖୁସି ରେ ରହୁଥିଲେ। ଚାବାର ଘର ନିକଟରେ ତା ର ଦୁଇ ଭାଇ ମଧ୍ୟ ବାହା ହେଇ ପରିବାର ସହ ଅଲଗା ରହୁଥିଲେ। ଚାବା ର ବଡ଼ ଭାଇ ଗମହା ଓରାମ ର କୌଣସି ପିଲା ନହେବାରୁ ସେ ଚାବା ର ସ୍ତ୍ରୀ ଜଣେ ଡାହାଣୀ ଏବଂ ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲେ । କେବଳ ଗମହା ନୁହଁ ଚାବା ର ସାନ ଭାଇ କୌଣସି କାରଣରୁ ଅସୁସ୍ଥ ହେବାରୁ ସେ ମଧ୍ୟ ଚାବା ଏବଂ ତାଙ୍କ ସ୍ତ୍ରୀ ଡାହାଣୀ ଏବଂ ଆମ ଦୁଇ ଭାଇଙ୍କ ଉପରେ ଗୁଣି ଗାରେଡି କରିଥିବା ସନ୍ଦେହ କରି ଦୁଇ ଭାଇ ମିଶି ଚାବା ଏବଂ ତାଙ୍କ ସ୍ତ୍ରୀ ରୁପୁନ କୁ ଗୁଣି ଗାରେଡି ବନ୍ଦ ନକଲେ ଜୀବନ ରୁ ପିଟି ପିଟି ମାରିଦେବା ପାଇଁ ଧମକ ଦେଇଥିଲେ। ଚାବା ଏବଂ ରୁପୁନ ଡରିଯାଇ ପଞ୍ଚାୟତ ର ସରପଞ୍ଚ ଙ୍କୁ ଏ ବିଷୟରେ ଜଣାଇ ଥିଲେ। ସରପଞ୍ଚ ତାଙ୍କ ଘରକୁ ଯାଇ ଉଭୟ ଭାଇଙ୍କୁ ବୁଝେଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସରପଞ୍ଚ ଙ୍କୁ ସେମାନେ ତାଙ୍କ ପରିବାର ଘଟଣାରୁ ଦୁରେଇ ରହିବା ପାଇଁ କହିଥିଲେ। ସୂଚନା ମୁତାବକ ଗତ ୨ ତାରିଖ ରାତିରେ ଚାବା ଙ୍କ ଦୁଇ ଭାଇ ଏବଂ ତାଙ୍କ ସପକ୍ଷରେ ଥିବା କିଛି ଲୋକ ମିଶି ଚାବା ଏବଂ ପତ୍ନୀ ରୁପୁନ କୁ ବାନ୍ଧି ଅମାନୁଷିକ ଭାବେ ନିର୍ଧୁମ ପିଟିଲା ପରେ ଘରେ ବନ୍ଦ କରି ରଖିଥିଲେ। ଭାଲୁଲତା ସରପଞ୍ଚ ୩ ତାରିଖ ଦିନ ସକାଳେ ଦିଶା କୁ ଜଣେଇଲା ପରେ ଦିଶା ର ସଦସ୍ୟ ବିଶ୍ରା ପୋଲିସ ର ସହାୟତା ରେ ଭାଲୁଲତା ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଚାବା ଏବଂ ତାଙ୍କ ପରିବାର ମାନସିକ ସ୍ଥରରେ ଏତେ ଭୟବିତ ଅଛନ୍ତି ଯେ ସେମାନେ ଏ ବିଷୟରେ ମୁଁହ ଖୋଲିବାକୁ ମଧ୍ୟ ଡରୁଛନ୍ତି । ପୋଲିସ କିମ୍ବା ସରକାରୀ ଅଧିକାରୀ ଙ୍କ ସାମ୍ନା ରେ ମୁଁହ ଖୋଲିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଭୟ ଲାଗି ରହିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ଆଜିବି ସ୍ମାର୍ଟ ସିଟି ରାଉରକେଲା ଠୁ ମାତ୍ର ୧୫ ରୁ ୨୦ କିଲୋମିଟର ଦୂରରେ ଡାହାଣୀ ସନ୍ଦେହ ରେ ଏଭଳି ଝଘନ୍ୟ କାଣ୍ଡ ଘଟଣା ସାମ୍ନା କୁ ଆସୁଛି । ଏହା ପ୍ରମାଣିତ କରୁଛି ଶିକ୍ଷା ଏବଂ ସଚେତନତା ର ନଗ୍ନ ଚିତ୍ର ।