ମଦ ବିରୋଧରେ ତାତିଲେ ଗ୍ରାମ ବାସୀ ।
ଅବକାରୀ ବିଭାଗ ମଦ ମାଫିଆ ଙ୍କ ମଧୁ ଚନ୍ଦ୍ରିକା ଚଳିବ ନାହିଁ । ଯଦି ଚଳିବ ନିଆଁ ଜଳିବ । ଠିପ ଖୋଲା ବିଦେଶୀ ମଦ ଦୋକାନ କୁ ବନ୍ଦ କରିବା ଦାବି ନାରା ରେ କମ୍ପିଥିଲା ଗୁରୁଣ୍ଡିଆ ବ୍ଲକ ର ମୁଖ୍ୟ ରାସ୍ତା। ସ୍କୁଲ, ହସ୍ପିଟାଲ, ଥାନା ଠୁ ମାତ୍ର କେଇ ମିଟର ଦୂରରେ ଥିବା ଠିପି ଖୋଲା ବିଦେଶୀ ମଦ ଦୋକାନ କୁ ବନ୍ଦ କରିବା ଦାବି ନେଇ ଗୁରୁଣ୍ଡିଆ ୱାର୍ଡ ନମ୍ବର 9 ର ପୁରୁଷ, ମହିଳା ଠୁ ନେଇ ଛୋଟ ପିଲା ମାନେ ଆଜି ରାଜରାସ୍ତା କୁ ଓଲ୍ହାଇ ଥିଲେ। ସବୁଠୁ ଆଶ୍ଚର୍ଯ୍ୟ ଭଡା ଘରେ ଚାଲିଥିବା ଏହି ମଦ ଦୋକାନ କୁ ପରମିଶନ ଦେଲା କିଏ ଏବଂ କାହା ସାହସ ରେ ଏହି ମଦ ଦୋକାନ ଚାଲିଛି ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ। ବଣାଇ ଅବକାରୀ ବିଭାଗ ଦାଇତ୍ୱ ରେ ଥିବା ଅଧିକାରୀ ଅଧିକାରୀ ଙ୍କ ପକେଟ କୁ ମାସିକିଆ ମୋଟା ଅଙ୍କର ଚାନ୍ଦା ଯାଉଥିବା ଏବଂ ସେ ଲୋକାଲ ଥାନା ର ଅଧିକାରୀ ଙ୍କୁ ସେଥିରୁ କିଛି ଦେଇ ସେଟିଂ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।