ଚକଲେଟ ଡେ ଦିନ ଯୁବତୀ ଙ୍କୁ ଅତି ଅମାନୁଷିକ ଗଣ ଦୁଷ୍କର୍ମ !
ଅମିୟ ରଞ୍ଜନ ପରିଡା :
ଇନ୍ସଟାଗ୍ରାମ ରୁ ପ୍ରେମ । ପ୍ରେମିକ ସହ ଦେଖା କରିବାକୁ ବସ ରେ ବସି ୧୦୦ କିଲୋମିଟର ଦୂରରୁ ଆସିଲା ପ୍ରେମିକା। ପ୍ରେମିକ କୁ ଖୁସି କରିବା ପାଇଁ ହାତରେ ଚକଲେଟ ଧରି ଗତ ୯ ତାରିଖ ଚକଲେଟ ଡେ ଦିନ ପହଁଚିଥିଲା ପ୍ରେମିକ ର ଗାଁ ରେ । ପ୍ରେମିକ ବି ପାଛୋଟି ନେଇଥିଲା ନିଜ ପ୍ରେମିକା କୁ। କିନ୍ତୁ ଏହା ପରେ ଯାହା ଘଟିଲା ତାହା କେବଳ ସୁଦରଗଡ଼ ନୁହଁ ସମ୍ପୂର୍ଣ୍ଣ ରାଜ୍ୟ କୁ ଦୋହଲାଇ ଦେଇଥିଲା। ଯଦିଓ ଆଜିର ଦିନରେ ଚାଟୁକାର ଆଗଧାଡ଼ିର ଗଣମାଧ୍ୟମ ଏଭଳି ଏକ ଜଘନ୍ୟ ଘଟଣା କୁ ଗୁରୁତ୍ୱ ଦେଇନଥିଲା କିନ୍ତୁ ଏହା ସୋସିଆଲ ମିଡିଆ ଏବଂ ଡିଜିଟାଲ ମିଡିଆ ରେ ଖେଳେଇଦେଇଥିଲା ସନସନୀ ।
ରାଜଗାଙ୍ଗପୁର ର ଝିଅ । ଇନ୍ସଟା ଗ୍ରାମ ରେ ପ୍ରେମ । ବିଶ୍ରା ଥାନା ନୂଆଗାଁ ବ୍ଲକ ର ମଣ୍ଡପ ଗାଁ ରେ ଜଣେ ଯୁବକ ସହ ଗଢି ଉଠିଥିଲା ପ୍ରେମ କାହାଣୀ । ଧୀରେ ଧୀରେ ପ୍ରେମ ସମ୍ପର୍କ ନିବିଡ଼ ହେବାର ଲାଗିଥିଲା। ଆଉ ଠିକ ଚକଲେଟ ଡେ ଦିନ ନିଜ ପ୍ରେମିକା କୁ ଦେଖା କରିବା ପାଇଁ ରାଜଗାଙ୍ଗପୁର ରୁ ବସ ଯୋଗେ ପ୍ରେମିକା ଆସି ପହଁଚିଥିଲା ମଣ୍ଡପ ଗାଁ ରେ । ପ୍ରେମିକା ପହଁଚିଲା ପରେ ପ୍ରେମିକ ନିଜ ପ୍ରେମିକା କୁ ଧରି ପହଞ୍ଚିଥିଲା ନିଜର ଆଉ ତିନି ଜଣ ସାଙ୍ଗଙ୍କ ନିକଟରେ। ସାଙ୍ଗଙ୍କ ସହ ନିଜ ପ୍ରେମିକା କୁ ପରିଚୟ କରେଇବା ପରେ ସେଠୁ ବାହାରି ଯାଇଥିଲେ ଏକ ମଣ୍ଡପ ଜଙ୍ଗଲ ଭିତରର ଏକ ନିର୍ଜନ ନିଛାଟିଆ ସ୍ଥାନକୁ । ଉଭୟ ହଜି ଯାଇଥିଲେ ପ୍ରେମ ପ୍ରେମ ଆଲିଙ୍ଘନ ରେ । କିନ୍ତୁ ପ୍ରେମିକ ମନରେ ଚାଲୁଥିଲା ଏକ ଭୟଙ୍କର ଷଡଯନ୍ତ୍ର । ନିଜର ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖି ସାରିବା ପରେ ଫୋନ କରି ଡାକିଥିଲା ନିଜର ଆଉ ତିନି ଜଣ ସାଙ୍ଗକୁ । ଫୋନ ପାଇବା ମାତ୍ରେ ପହଞ୍ଚି ଯାଇଥିଲେ ପ୍ରେମିକ ର ତିନି ଜଣ ସାଙ୍ଗ। ସୂଚନା ମୁତାବକ ଯାହା ମଧ୍ୟରେ ଥିଲେ ଦୁଇ ଜଣ ନାବାଳକ । ପ୍ରେମିକା କୁ ପ୍ରେମିକର ତିନି ଜଣ ସାଙ୍ଗ ତାଙ୍କ ସହ ମଧ୍ୟ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ। ଏଥିରେ ପ୍ରେମିକା ରାଜି ହେଇନଥିଲା। ଏହାପରେ ଆରଂଭ ହେଇଥିଲା ପ୍ରେମିକ ଏବଂ ତାର ତିନି ଜଣ ସାଙ୍ଗର ଅମାନବୀୟ କାଣ୍ଡ। ପ୍ରେମିକା କୁ ଅମାନୁଷିକ ଭାବେ ପିଟିବା ପରେ ଜୋର ଜବରଦସ୍ତ ଜଣେ ପରେ ଜଣେ କରି ଚାଲିଥିଲେ ଦୁଷ୍କର୍ମ। ପରେ ଯୁବତୀ ଜଣଙ୍କ କୌଣସି ପ୍ରକାର ଜୀବନ ବଞ୍ଚାଇ ନିକଟରେ ରହୁଥିବା ନିଜର ସମ୍ପର୍କୀୟ ମାମୁଁ ଙ୍କୁ ଖବର ଦେଇଥିଲେ। ପରେ ମାମୁଁ ଯୁବତୀ ଙ୍କ ପାଖରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣି ଯୁବତୀ ଙ୍କ ମା କୁ ଖବର ଦେଇଥିଲେ। ଯୁବତୀ ଙ୍କ ମା ପହଁଚିଲା ପରେ ସମ୍ପୂର୍ଣ୍ଣ ଘଟଣା ଜାଣି ବିଶ୍ରା ଥାନାର ଦ୍ୱାରସ୍ଥ ହେଇଥିଲେ। ବିଶ୍ରା ପୋଲିସ ଘଟଣା ର ତଦନ୍ତ କରି ୪ ଜଣ ଅଭିଯୁକ୍ତ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଆଜିର ଦିନରେ ସୋସିଆଲ ମିଡିଆ ର ଗୁରୁତ୍ୱ ଦୈନଦିନ ଜୀବନ ର ଆବଶ୍ୟକତା ରେ ପରିଣତ ହେଇ ଗଲାଣି କିନ୍ତୁ ଏହି ସୋସିଆଲ ମିଡିଆ ରୁ କେତେ ଯେ ଭୟଙ୍କର ଆଉ ଜଘନ୍ୟ ଅପରାଧ ଘଟୁଛି ।ଏହା ସ୍ବେତେ ମଧ୍ୟ ସଚେତନ ହେଉନାହାନ୍ତି ଆଜିର ଯୁବ ପିଢ଼ି । ସୋସିଆଲ ମିଡ଼ିଆରୁ ଲଭ ସେକ୍ସ ଧୋକା ଏକ ସାଧାରଣ ଘଟଣା ରେ ପରିଣତ ହେଇ ଗଲାଣି । ଯାହା ଉପରେ ରୋକ ଲାଗିବା ଏବଂ ସୋସିଆଲ ମିଡିଆ ର ସଦ ଉପଯୋଗ ଦିଗରେ ସଚେତନାତା ର ଆବଶ୍ୟକତା ନିତ୍ୟାନ୍ତ ଆବଶ୍ୟକ ।