ଜୁଏଲ ଙ୍କୁ ଭାରି ପଡିବ ଯୁବତୀ ଙ୍କୁ ଅଶ୍ଳୀଳ ଗାଳି ଠୁ ନେଇ ଗଣମାଧ୍ୟମ କୁ ଆକ୍ଷେପ !

Spread the love

ଜୁଏଲଙ୍କ ପାଇଁ ଅଡୁଆ ଜୁଏଲ ନିଜେ !

ସାଧାରଣ ନିର୍ବାଚନ ଆଉ ଦିନ କେଇଟା ବାକି ରହିଲା I ଯଦିଓ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦେଶତମାମ ଉଷ୍ମତା ଦେଖାଇଲାଣି କିନ୍ତୁ ସୁନ୍ଦରଗଡ ସାନସଦୀୟ କ୍ଷେତ୍ରରେ ସେଭଳି ପରିଲିକ୍ଷିତ ହେଉ ନାହିଁ I

ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ମୁଖ୍ୟତଃ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ . ବିଜେଡି ଓ କଂଗ୍ରେସସ ରୁ କିଏ ପ୍ରାର୍ଥୀ ହେବେ ତାହା ଏବେବି ଅସ୍ପଷ୍ଟ ରହିଛି I କାରଣ ଭିନ୍ନ ଏକ ପରିସ୍ଥିତିରେ ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଶେଷ ମୁହୁର୍ତ୍ତରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଂକ ଝିଅ (ସଂସଦୀୟ କ୍ଷତ୍ରରେ କମ ପରିଚିତ ଥାଇ) ସୁନିତା ବିଶ୍ୱାଳଂକୁ ପ୍ରାର୍ଥିକଲା, ଫଳରେ ପରାଜୟର ସମୁଖୀନ ହେଲା I ତେଣୁ ଏଥର ଆଉ କାହାକୁ ପ୍ରାର୍ଥୀ (ବିଶେଷ କରି ହକି ତାରକା ଦିଲୀପ ତୀର୍କୀଙ୍କୁ) କରିପାରେ I ସେହିପରି ସେତେବେଳେ ଜଣାଶୁଣା ଆଦିବାସୀ ନେତା ଜର୍ଜ ତୀର୍କୀଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ସତ କିନ୍ତୁ ନିର୍ବାଚନ ପରିଚାଳନାରେ ଘୋର ତ୍ରୁଟି ଯୋଗୁ ସେ ହାରିଲେ ଏବଂ ବର୍ତ୍ତମାନ ସେ ଦଳ ଛାଡିସାରିଛନ୍ତି I ତେଣୁ କଂଗ୍ରେସ ଏଥର ନୂଆ ପ୍ରାର୍ଥୀ ଖୋଜିକି ଦେବା ନାଁ ମେଣ୍ଟ ଦଳକୁ ଆସନଟି ଛାଡ଼ିଦେବ ତାକୁ ନେଇ ଆଶଙ୍କା ରହିଛି I ବିଜେପିରୁ ଜୁଏଲ ଓରାମ ପ୍ରାର୍ଥୀ ହୋଇଥିଲେ ଓ ବିଜୟ ମଧ୍ୟ ହୋଇ ଏବେ ସାଂସଦ ଅଛନ୍ତି I ଏହାକୁ ମିଶାଇ ସେ  ୫ ଥର ସାଂସଦ ହେଲେଣି ଏବଂ ୨୦ ୨ ୪ ରେ ଦଳ ତାଙ୍କୁ ପୁଣି ପ୍ରାର୍ଥୀ କରିପାରେ I କିନ୍ତୁ ଏଥର ତାଙ୍କ ଜିତିବାରେ ସେ ନିଜେ କଣ୍ଟା ହେବେ ବୋଲି ଅନେକ ରାଜନୈତିକ ବିଶେଷଜ୍ଞଙ୍କ ମତ I

ଯୁକ୍ତି ହେଲା ଶ୍ରୀ ଓରାମ ୫ ଥର ସାଂସଦ ହେବା ସହ ୨ ଥର କେନ୍ଦ୍ରରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଛନ୍ତି, କିନ୍ତୁ ଏବେବି ଜିଲ୍ଲାର ଆଦିବାସୀମାନେ ଯେଉଁ ତିମିରେ କୁ ସେହି ତିମିରେ ଅଛନ୍ତି I ଜିଲ୍ଲାରେ ପ୍ରାଥମିକ ଶିକ୍ଷା ଓ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇନଥିଲାବେଳେ ଆଜି ପର୍ଯ୍ୟନ୍ତ ସୁନ୍ଦରଗଡ଼କୁ ରେଳ ଯୋଗାଯୋଗ ହୋଇପାରିଲା ନାହିଁ କିମ୍ବା ରାଉରକେଲାରେ ସ୍ୱତନ୍ତ୍ର ରେଳ ଡ଼ିଭିଜନ ଦାବି ଦାବିରେ ରହିଯାଇଛି I ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ହେଲା ଦିନରୁ ଶ୍ରୀ ଓରାମ ସାଂସଦ ହିସାବରେ ତାର ଟ୍ରଷ୍ଟି ରହିଥିଲାବେଳେ ଏହି ପାଣ୍ଠି ଖଣି ଦ୍ୱାରା ଆକ୍ରାନ୍ତ ନିରୀହ ଆଦିବାସୀଙ୍କ ଉନ୍ନତିରେ ବିନିଯୋଗ ନହୋଇ ପର୍ଯ୍ୟାପ୍ତ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଆସୁଛି ଯେଉଁଥିପାଇଁ ଜୁଏଲ ମଧ୍ୟ ଉତ୍ତରଦାୟୀ I

ଗୋଟିଏପଟେ ତାଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ ହେଉନଥିବାକୁ ନେଇ ଚର୍ଚ୍ଚା ରହିଥିଲାବେଳେ ତାଙ୍କର ବ୍ୟକ୍ତିଗତ ବ୍ୟବହାରକୁ ନେଇ ମଧ୍ୟ ଅନେକଙ୍କ ମଧ୍ୟରେ ଆକ୍ରୋଶ ରହିଛି I ଯେପରିକି ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ବକ୍ତବ୍ୟ ଦେବାକୁ ଯାଇ ସେ ସିଧା ସଳଖ ସାମ୍ବାଦିକମାନଙ୍କୁ ଆକ୍ଷପ କରିଥିଲେ ଓ କହିଥିଲେ ତାଙ୍କର ଗଣମାଧ୍ୟମ ଦରକାର ନାହିଁ I ଯାହାକୁ ନେଇ ଆଜିବି ଗଣମାଧ୍ୟମ ମଧ୍ୟରେ ଅସନ୍ତୋଷ ରହିଛି I ବିଗତ ଦିନରେ ସେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମାଡ଼ ମାରିବା ଓ ତାଙ୍କଦ୍ୱାରା ନିଜ ଚପଲ ବୁହାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ଲୋକପ୍ରିୟତା ହରାଇଥିଲା ବେଳେ ଏବେ ନିକଟ ଅତୀତଟରେ ଦଳର ଜଣେ ମହିଳା କର୍ମୀଙ୍କୁ ଫୋନରେ ଖରାପ ବ୍ୟବହାରକୁ ନେଇ ମାମଲା ଥାନାରେ ପହଞ୍ଚିଥିଲା, ଯାହାକି ତାଙ୍କ ଲୋକପ୍ରିୟତା ହ୍ରାସର ଆଉ ଏକ କାରଣ I ଏସବୁ ବାଦ ସାଙ୍ଗଠନିକ ଦକ୍ଷତା ଦୃଷ୍ଟିରୁ ଜୁଏଲ ମଧ୍ୟ ଦିନକୁ ଦିନ ଦୁର୍ବଳ ହେଉଛନ୍ତି . କାରଣ ତାଙ୍କ ନିଜ ଗଡ଼ ବଣେଇ ଯେଉଁଠାରୁ ସେ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ସେଠାରୁ ଦଳୀୟ ପ୍ରାର୍ଥୀଙ୍କୁ ବିଧାୟକ ଭାବରେ ଜିତାଇବାରେ ଅସମର୍ଥ ହେଉଥିଲା ବେଳେ ସେଠାରେ ଥିବା ୮ ଟି ଜିଲ୍ଲାପରିଷଦ ଆସନରୁ ଦଳ ଗୋଟିଏରେବି ଜିତିନାହିଁ କିମ୍ବା ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଥିବା ୩୫ ଟି ଜିଲ୍ଲପରିଷଦ ମଧ୍ୟରୁ ବିଜେପି ମାତ୍ର ଗୋଟିକରେ ଜିତିଛି I ସେହିପରି ଜିଲ୍ଲାର ବିଧାୟକ ମାନଙ୍କ ମଧ୍ୟରୁ ଅନେକ ଜୁଏଲଙ୍କ ଉପରେ ଅସନ୍ତୋଷ ଥିବାର ତାଙ୍କ କାର୍ଯ୍ୟକଳାପରୁ ଜଣାପଡ଼େ I ତେଣୁ ବିଶେଷଜ୍ଞଙ୍କ ମତ ଜୁଏଲ ଏଥର ନିଜ ପାଇଁ ନିଜେ କଣ୍ଟା ହେବେ ଏବଂ ଦଳ ତାଙ୍କୁ ପ୍ରାର୍ଥୀ କରି ନିଶ୍ଚିତ ରୂପେ ଏକ ରିସ୍କ ନେବ I ଅନ୍ୟପକ୍ଷରେ ବିଜେଡ଼ି ଦିଲୀପ ତୀର୍କୀ କିମ୍ବା ଆଉ କେହି ଦକ୍ଷ ନେତାଂକୁ ପ୍ରାର୍ଥୀ କଲେ ଜୁଏଲଙ୍କ ସମସ୍ୟା ଆହୁରି ବଢ଼ିଯିବ କାରଣ ଜିଲ୍ଲାରେ ଏବେ ହକି ପାଇଁ ଦଳ ସପକ୍ଷରେ ହାୱା ରହିଛି I ଏଠାରେ ସ୍ମରଣ ଯୋଗ୍ୟଯେ ୨୦୧୪ ମସିଆରେ ବିଜେଡ଼ି ପ୍ରାର୍ଥୀ ଦିଲୀପ ତିର୍କୀଙ୍କୁ ଜୁଏଲ ମାତ୍ର ୧୯ ହଜାର ଭୋଟରେ ହରାଇଥିଲେ I


Spread the love

Leave a Reply

Your email address will not be published. Required fields are marked *