ରାସ୍ତା ଉପରେ ବସୁଛି ହାଟ, ନାହିଁ ବଜାର ଛାତ !

Spread the love


ସୁନ୍ଦରଗଡ଼:-ସୁନ୍ଦରଗଡ଼ ପରିବା ବଜାର ବସୁଛି ଜେଲ ଛକ ଠାରୁ ଆରମ୍ଭ କରି ବିଏସ ହାଇସ୍କୁଲ ଛକ ପର୍ଯ୍ୟନ୍ତ, ପରିବା ଚାଷୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡିଏ ନାହିଁ, ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପଞ୍ଚମୁଖୀ ହନୁମାନ ଛକ ନିକଟରେ ଏକ ଚାଷୀଙ୍କ ପାଇଁ ଏକ ସ୍ୟାଡ ନିର୍ମାଣ ହୋଇଥିଲା କିନ୍ତୁ ଶତାଧିକ ଚାଷୀଙ୍କ ପାଇଁ ସାମାନ୍ୟ ଜାଗା ର ଅଭାବ ଯୋଗୁଁ କିଛି ଚାଷୀ ରାସ୍ତା ଉପରେ ଆସି ବିକ୍ରି ଆରମ୍ଭ କଲେ, ପରେ ସେହି ପରିବା କମ୍ପ୍ଲେକ୍ସ ଟି ଆଜି ପର୍ଯ୍ୟନ୍ତ କିଛି ପରିବା ବେପାରୀଙ୍କ କବଜା ରେ ରହି ଆସିଛି, 2018 ମସିହାରେ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତକ୍ଷ ତତ୍ୱାବଧାନରେ ପରିବା ଚାଷୀଙ୍କ ହିତ ପାଇଁ ଚାଷୀ ପରିବା ବିକ୍ରି କରୁଥିବା,ରିଜେଣ୍ଟ ମାର୍କେଟ-ରଙ୍ଗାଢିପା ଠାରେ ସୁନ୍ଦର ମାର୍କେଟ ସ୍ୟାଡ ନିର୍ମାଣ କଲେ, କିନ୍ତୁ ତାହା କୌଣସି କାମରେ ଲାଗିଲା ନାହିଁ, ରିଜେଣ୍ଟ ମାର୍କେଟ ରେ ତିଆରି ହୋଇଥିବା ସ୍ୟାଡ ଆଜି ଖାଲି ପଡ଼ିଥିବା ବେଳେ ରଙ୍ଗାଢିପା ଠାରେ ସ୍ୟାଡକୁ ଭାଙ୍ଗି କିଛି ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ଦୋକାନ ଘର ନିର୍ମାଣ ହୋଇଯାଇଛି
ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ପୌରାଞ୍ଚଳକୁ ପରିବା ବିକ୍ରି ପାଇଁ ନିକଟସ୍ଥ ଟାଙ୍ଗରପାଲି, ସଦର, ଲେଫ୍ରିପଡା, ସବଡେଗା, ବଡ଼ଗାଁ ବ୍ଲକରୁ ଚାଷୀ ଆସି ପରିବା, ଫୁଲ ବିକ୍ରି କରିଥାନ୍ତି, କିନ୍ତୁ ଏହି ପରିବା ଚାଷୀଙ୍କ ପାଇଁ କୌଣସି ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଟିଏ ନଥିବାରୁ ଏମାନେ ରାସ୍ତା ଉପରେ ବସୁଛନ୍ତି, ପ୍ରବଳ ଥଣ୍ଡା, ଗ୍ରୀଷ୍ମ ଓ ବର୍ଷା ସତ୍ବେ ଏହି ରାସ୍ତା କଡ ହିଁ ଚାଷୀଙ୍କ ସାହା ଭରଷା, ବୁଧୁବାର ଓ ରବିବାର ବଡ଼ ବଜାର ବସୁଥିବା ଯୋଗୁଁ ମେଡିକାଲ ଛକ ଠାରୁ ବିଏସ ହାଇସ୍କୁଲ ଛକ ପର୍ଯ୍ୟନ୍ତ ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖା ଯାଉଛି, କୌଣସି ନେତା, ମନ୍ତ୍ରୀ ଆସିଲେ ପୌରପାଳିକା ତରଫରୁ ଏମାନଂକୁ ରାସ୍ତା କଡ଼ରୁ ଉଠାଇ ଦିଆଯାଇଛି, କୌଣସି ଏକ ସ୍ଥାୟୀ ଜାଗା ନଥିବାରୁ, ପରିବା ଚାଷୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି, ଏହାର ସ୍ଥାୟୀ ପ୍ରତିକାର ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଅନେକ ଥର କିଛି ବୁଦ୍ଧିଜୀବୀ ଦାବୀ କରିବା ସତ୍ବେ ଆଜି ପଯ୍ୟନ୍ତ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ 0କରିନଥିବା ପରିତାପର ବିଷୟ ।


Spread the love

Leave a Reply

Your email address will not be published. Required fields are marked *