ରାଉରକେଲା ରେ ହତ୍ୟା । ଭୁଜାଲି ହାଣି ହତ୍ୟା। ସେକ୍ଟର 20 ମାଛ ମାର୍କେଟ ରେ ବରଟୋଲି ର ଜଣେ ବ୍ୟକ୍ତି ଭୁଜାଲି ହାଣି ହତ୍ୟା କରିଛନ୍ତି ଦୁଇ ଜଣ ଦୁର୍ବୁର୍ତ। ହତ୍ୟା ର ଶିକାର ହେଇଥିବା ବ୍ୟକ୍ତି ଙ୍କ ନାମ ତୁଟୁ ଆଚାର୍ଯ୍ୟ । ସେ ବରଟୋଲି ଅଞ୍ଚଳର ବାସିନ୍ଦା । ତୁଟୁ ଜଣେ ପୁରୁଣା ଗାଡି ବେପାରୀ ତଥା ଜମି କିଣା ବିକା ବ୍ୟବସାୟୀ। ତୁଟୁ କୁ ଭୁଜାଲି ରେ ହାଣି ହତ୍ୟା କରିଥିବା ଦୁଇ ଜଣ ବ୍ୟକ୍ତି ମଧ୍ୟ ଉକ୍ତ ବରଟୋଲି ଅଂଚଳରେ ବୋଲି ଜଣା ପଡିଛି। ହତ୍ୟାକାରୀ ହତ୍ୟା କରିବା ପରେ ପୋଲିସ ନିକଟରେ ସରେଣ୍ଡର କରିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏବଂ କାହିଁକି ଟୁଟୁ ଙ୍କୁ ହତ୍ୟା କରାଯାଇଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।