ଜମା ଉଠାଯାଇ ପାରିବ ନାହିଁ
ଏଫଏକ୍ୟୁ ଜାରି କଲା ରିଜର୍ବ ବ୍ୟାଙ୍କ
ଅନ୍ୟ ବ୍ୟାଙ୍କ ହାତ ଧରିଲା ପିଏଟିଏମ
ଫାଷ୍ଟ ଟେଗ ତାଲିକାରୁ ନାମ ହଟେଇଲା ଏନଏଚଆଇ
ପେଏଟିଏମ ପେମେଂଟସ ବ୍ୟାଙ୍କ କୁ ନେଇ ଗ୍ରାହକ ମାନେ ବେଶ ଚିତିନ୍ତ ହୋଇପଡିଥିବା ବବଲ୍ବ ଗ୍ରାହକ ଙ୍କ ଚିନ୍ତା ଦୂର କରିବା ପାଇଁ ରିଜର୍ବ ବ୍ୟାଙ୍କ ଗ୍ରାହକ ଙ୍କ ଅନେକ ପ୍ରଶ୍ନର ସାମ୍ଭାବ୍ୟ ଉତ୍ତର ରଖିଛି। ୩୦ ଟି ପ୍ରଶ୍ନର ଉତ୍ତର ରଖିଛି ରିଜର୍ବ ବ୍ୟାଙ୍କ। ପେଏଟିଏମ ବ୍ୟାଙ୍କ ରୁ ଜମା ଏବଂ ଉଠାଣ ବନ୍ଦ ର ଦିଆଯାଇଥିବା ସମୟ ସୀମା ପେବୃଆରୀ ୨୯ କୁ ବୃଦ୍ଧି କରାଯାଇ ମାର୍ଚ ୧୫ କରିଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ୧୫ ପରେ ଗ୍ରାହକ ମାନେ ନିଜ ପାଖରେ ଥିବା ଡେବିଟ କାର୍ଡ ଏବଂ ବ୍ୟାଙ୍କ ଖାତାରେ ଥିବା ବଲାନ୍ସ କୁ ପୂର୍ବଭଳି ବ୍ୟବହାର କରିପାରିବେ କିନ୍ତୁ ସେଥିରେ କୌଣସି ଟଙ୍କା ଜମା ହୋଇ ପାରିବ ନାହିଁ । ଏଭଳିକି ବେତନ ଏବଂ ସବସିଡ଼ି ରାଶି ମଧ୍ୟ ମାର୍ଚ୍ଚ ୧୫ ପରେ ଖାତାର ଜମା ହୋଇ ପାରିବ ନାହିଁ । ଅସୁବିଧା କୁ ଏଡେଇବା ପାଇଁ ଗ୍ରାହକ ମାନେ ନିଜର ପେଟିଏମ ଖାତାକୁ ଅନ୍ୟ ବ୍ୟାଙ୍କ ସହ ଲିଙ୍କ କରେଇପାରିବେ। ବିଦ୍ୟୁତ ବିଲ କିମ୍ବା ସୋୟଂକ୍ରିୟ ଭାବେ କଟୁଥିବା ବିଲ ମାର୍ଚ୍ଚ ୧୫ ରୁ ବନ୍ଦ ହେଇଯିବ । ଓଟିଟି , ଋଣ କିସ୍ତି , ସୋୟଂକ୍ରିୟ ଭାବେ କାଟୁଥିବା ବିଲ କେବଳ ପେଟିଏମ ଖାତାରେ ବାଲାନ୍ସ ଥିବା ପର୍ଯ୍ୟନ୍ତ ଜାରି ରହିବ ।
ତେବେ ପେଟିଏମ ପକ୍ଷରୁ କୁହାଯାଇଛି ଯେ ଏହା ଆକ୍ସିସ ବ୍ୟାଙ୍କ ସହ ସହଯୋଗିତାରେ ଏକ ଏସକ୍ରୋ ଖାତା ଖୋଲିଛି। ବ୍ୟାଙ୍କ ର କୌଣସି ଗ୍ରାହକ ମାର୍ଚ୍ଚ ୧୫ ପରେ ମଧ୍ୟ କୌଣସି ଅସୁବିଧାରେ ସାମ୍ନା କରିବେନି । ବ୍ୟବସାୟୀ ଙ୍କ ପାଖରେ ଥିବା କ୍ୟୁଆର କୋର୍ଡ଼ , ମେସିନ, ସାଉଣ୍ଡ ବକ୍ସ ପୂର୍ବ ଭଳି କାମ କରିବ । କୌଣସି ପ୍ରକାର ଗୁଜବ ରେ ବିଶ୍ୱାସ ନକରିବା ପାଇଁ ପେଟିଏମ ମୁଖ୍ୟ ବିଜୟ ଶେଖର ଶର୍ମା ଲୋକ ମାନଙ୍କୁ ନିବେଦନ କରିଛନ୍ତି।