ପ୍ରଶାନ୍ତ ଙ୍କ ବସ୍ତି ଅଭିଯାନ ଜନତା ଙ୍କ ସମସ୍ୟା ସମାଧାନର ନୂଆ ରାହା ସାଜିଛି।

Spread the love

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କ ପାଖରେ ପହଁଚି ଘର ଘର ବୁଲି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିବାକୁ ଅହରହ ଚେଷ୍ଟିତ ତେଣୁ ଆଜି ମଧ୍ୟ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର -19 ରାମଗଡ଼ ବସ୍ତି ଅଞ୍ଚଳ ରେ ପହଁଚିଥିଲେ | ଏହି ଅଞ୍ଚଳ ର ପ୍ରତେକ ଘର ଘର ପରିଦର୍ଶନ କରି ଜନସାଧାରଣ ଙ୍କ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ଅବଗତ ହୋଇଥିଲେ | ଅଞ୍ଚଳ ରେ ରହୁଥିବା ବୁଢା, ବୁଢ଼ୀ,ବିଧବା,ଭିନ୍ନକ୍ଷମ ପାଇଁ ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ଏବଂ ସରକାର ଙ୍କ ସହାୟତା ଉଚିତ ସମୟରେ ହିତାଧିକାରୀ ପାଖରେ ପହଁଚିପାରୁଛି କି ନାହିଁ ପଚାରି ବୁଝିଥିଲେ ବହୁ ଗରିବ ଜନସାଧାରଣ ଅଛନ୍ତି ଯେଉଁମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି, ଏହି ପ୍ରକାର ଜନସାଧାରଣ ଙ୍କ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଗୋଚର କରି ସରକାରୀ ସ୍ତରରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ସମୀର ସ୍ୱାଇଁ, ଅଜୟ କୁମାର ଷଢଙ୍ଗୀ ,ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ,ସୋନୁ ସିଂ, ଦେବକାନ୍ତ ସେଠୀ, ସୁବାଷ କଂସାରୀ, ସୁରଜ କଂସାରୀ,ପ୍ରତାପ ସିଂ, ଜିତେନ୍ ମାଛଖଣ୍ଡ ଏବଂ ଅନ୍ୟ ଯୁବବନ୍ଧୁ ମାନେ ଉପସ୍ଥିତ ଥିଲେ |


Spread the love

Leave a Reply

Your email address will not be published. Required fields are marked *