ସୁବ୍ରତଙ୍କ ପାଇଁ କଣ୍ଟା ହେବେନି ତ ପ୍ରଶାନ୍ତ ?

Spread the love

ଉ ମାତ୍ର ଦିନ କେଇଟା ରହିଲା ଓଡିଶା ବିଧାନସଭା ନିର୍ବାଚନ I ଏଥର କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ତାକୁ ନେଇ ରାଜନୀତିକ ଆଲୋଚନା ସରଗରମ ହୋଇଯାଇଛି I

୧୯୭୪ ମସିହାରେ ପ୍ରଥମକରି ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ର ସୃଷ୍ଟିହେଲା ଏବଂ ଏହା ପ୍ରଥମେ ଅନୁସୁଚୀତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲାବେଳେ ୨୦୦୯ ମସିହାରୁ ଏହା ଅନୁସୂଚିତ ଜାତି ବର୍ଗପାଇଁ ସଂରକ୍ଷିତ ଅଛି I ୨୦୦୯ ମସିହାରୁ ବିଜେଡି ନେତା ସୁବ୍ରତ ତରାଇ ଏଠାରୁ ଜୀତିଆସୁଛନ୍ତି I ଏପରିକି ପ୍ରଥମଥର ବିଧାୟକ ହୋଇବି ୨୦୧୨ ମସିହାରେ ସୁବ୍ରତଙ୍କୁ ମନ୍ତ୍ରୀପଦ ମିଳିଥିଲା I ଅବଶ୍ୟ ୨୦୧୯ ମସିହାରେ ସୁବ୍ରତ ବିଜେପି ପ୍ରାର୍ଥୀଙ୍କ ଠାରୁ କଡ଼ା ମୁକାବିଲାର ସମୁଖୀନ ହୋଇ ମାତ୍ର ୪୬୮୪ ଭୋଟରେ ଯିତିଥିଲେ, ଯଦିଓ ୨୦୧୪ ଓ ୨୦୦୯ ରେ ସୁବ୍ରତ ଏକାକି ଯେତିକି ଭୋଟ ପାଇଥିଲେ ଉଭୟ ବିଜେପି ଓ କଂଗ୍ରେସ ମିଶିକି ସେତିକି ଭୋଟ ପାଇନଥିଲେ I

୨୦୧୯ ରେ ସୁବ୍ରତଙ୍କ ପାଇଁ ଏଭଳି କଡ଼ା ମୁକାବିଲାର ମୁଖ୍ୟ କାରଣ ଥିଲା ବିଜେଡ଼ି ଛାଡି ପ୍ରଶାନ୍ତ ସେଠିକଂଗ୍ରେସରୁ ପ୍ରାର୍ଥୀ ହେବା I ଯଦିଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ସେଭଳି ପ୍ରଭାବ ନଥିଲା କିନ୍ତୁ ପ୍ରଶାନ୍ତଙ୍କର ବ୍ୟକ୍ତିଗତ ପ୍ରଭାବ ଥିବାରୁ ଶେଷ ମୁହୁର୍ତ୍ତରେ ପ୍ରାର୍ଥୀ ହୋଇ ମଧ୍ୟ ସେ ୨୦ ହଜାରରୁ ଅଧିକ ଭୋଟ ପାଇଥିଲେ I

ସେହିପରି ନିଜର ସ୍ୱାସ୍ଥ୍ୟଗତ କାରଣରୁ ହେଉ କିମ୍ବା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ କାରଣରୁ ହେଉ କିମ୍ବା ନିଜର ଅନ୍ୟକିଛି ବ୍ୟକ୍ତିଗତ ସମସ୍ୟା ଯୋଗୁ ହେଉ ସୁବ୍ରତ ୨୦୧୯ ନିର୍ବାଚନ ପରେ ସହରରେ ଲମ୍ବା ସମୟଧରି ଅନୁପସ୍ଥିତ ରହିଲେ ଯାହାକୁ ନେଇ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି I ଏପରିକି ସହରରେ ଟୁପୁରୁ ଟାପୁରୁ ଆରମ୍ଭ ହୋଇଗଲା ଯେ ସୁବ୍ରତ ୨୦୨୪ ରେ ଆଉ ନିର୍ବାଚନ ଲଢ଼ିବେ ନାହିଁ I ଏବେ ଅବଶ୍ୟ ବିଗତ କିଛି ମାସ ହେଲା ସେ ନିଜ ନିର୍ବାଚନ ମଣ୍ଡଳିରେ ବେଶ ସକ୍ରୀୟ ଅଛନ୍ତି ଓ ଅଂଚଳର ବିକାଶ ମୂଳକ କାର୍ଯ୍ୟକ୍ରମ ସହିତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି I ଏହାକୁ ନେଇ ସୁବ୍ରତଙ୍କ ସମର୍ଥକ ମାନେ ଆଶ୍ୱସ୍ଥ ହେବାସହ ବିଗତ ଦିନରେ ଅନୁପସ୍ଥିତ ରହିବା ଯୋଗୁ ହୋଇଥିବା କ୍ଷତି ଭରଣା ହୋଇଯିବ ବୋଲି କହୁଥିଲା ବେଳେ ବିରୋଧୀମାନେ କଟାକ୍ଷ କରି କହୁଛନ୍ତି ଯେ ନିର୍ବାଚନ ଆସିଲା ବୋଲି ବିଧାୟକ ଦେଖାଦେଲେ I

ଅନ୍ୟପକ୍ଷରେ ନିର୍ବାଚନ ହାରିଥିଲେ ମଧ୍ୟ ପ୍ରଶାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ଵାଚନ ମଣ୍ଡଳୀର ଲୋକଙ୍କ ସହିତ ରୀତିମତ ସମ୍ପର୍କରେ ରହିକରି ନିଜର ଗୋଟେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି I ସେହିପରି ହଠାତ ୨୦୧୩ ଜୁନ ମାସରେ ସେ କଂଗ୍ରେସରୁ ଇସ୍ତଫା ଦେଇଦେବାରୁ ସେବେଠାରୁ ରାଜନୈତିକ ଆକଳନ ଜାରି ରହିଛି ଯେ ପ୍ରଶାନ୍ତ ପୁଣି ତାଙ୍କ ପୁରୁଣା ଦଳ ବିଜେଡ଼ିକୁ ଫେରିବେ ଓ ରଘୁନାଥପାଲ୍ଲୀରୁ ନିର୍ବାଚନ ମଣ୍ଡଳୀରେ ଦଳର ପ୍ରାର୍ଥିହେବେ I ଯଦିଓ ତାଙ୍କୁ ବିଜେଡ଼ି ନବ କି ନ’ନବ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ତାଙ୍କ ସମର୍ଥକ ମାନେ ନିଶ୍ଚିତ ଅଛନ୍ତି ଯେ ନିର୍ବାଚନ ପୂର୍ବରୁ ସବୁ କିଛି ପ୍ରଶାନ୍ତଙ୍କ ସପକ୍ଷରେ ହୋଇଯିବ I ଅନ୍ୟପକ୍ଷରେ ରାଜନୀତି ବିଶେଷଜ୍ଞଙ୍କ କହିବା କଥା ପ୍ରଶାନ୍ତ ବିଜେଡ଼ି ହେଉ କିମ୍ବା ବିଜେପି ରୁ ପ୍ରାର୍ଥୀ ହେଲେ ତାଙ୍କର ଜିତିବା ସମ୍ଭାବନା ରହିବ କାରଣ ଉଭୟ ଦଳର ଏଠାରେ ନିଜସ୍ୱ ଭୋଟ ଥିଲା ବେଳେ ପ୍ରଶାନ୍ତଙ୍କ ନିଜର ମଧ୍ୟ କିଛି ଭୋଟ ରହିଛି I ତେଣୁ ଏସବୁ ଭିତରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଆଗାମୀ ନିର୍ବାଚନରେ ସୁବ୍ରତଙ୍କ ପାଇଁ ପ୍ରଶାନ୍ତ କଣ୍ଟା ହେବେନାହିଁତ ?    


Spread the love

Leave a Reply

Your email address will not be published. Required fields are marked *