ଟୋପାଡିହି ନିକଟ ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ହାଇୱା |
ଆଜି ମଧ୍ୟାହ୍ନ ପ୍ରାୟ ସାଢେ ବାରଟା ବେଳେ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ଟୋପାଡିହି ନିକଟରେ ଏକ ହାଇୱା ହୁତୁହୁତୁ ହୋଇ ଜଳି ଯାଉଥିବା ଦେଖା ଯାଇଛି। ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣା ପଡିଛି।