ଗ୍ରାହକ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ଛେଣ୍ଡ ସ୍ଥିତ ପ୍ଲୋଟନ୍ ମଲ୍ ର ତଳ ମହଲା ରେ ଓଡ଼ିଶାର ଖ୍ୟାତନାମା ମସଲା କମ୍ପାନୀ ଗୃହସ୍ତି ଉଦ୍ୟଗ ତାର ନୂତନ ଷ୍ଟୋର ର ଓପନିଙ୍ଗ କରିଛି । ଛେଣ୍ଡ ସ୍ଥିତ କମ୍ପାନୀ ମୁଖ୍ୟାଳୟ ରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ଅପରାହ୍ନ ରେ ପ୍ଲୋଟନ୍ ମଲ୍ ରେ ନୂତନ ଷ୍ଟୋର ଉଦଘାଟନ ଅନୁଷ୍ଠିତ ହୋଇଥିଲା। ଏହି ଷ୍ଟୋର ର ଶୁଭ ଉଦଘାଟନ କମ୍ପାନୀ ର ସିଏମଡି ଗଣେଶ ପ୍ରସାଦ ବାଗଡିଆ, ନିର୍ଦେଶିକା ମଞ୍ଜୁ ଦେବୀ ବାଗାଡିଆ ଓ ପରିଚାଳନା ନିର୍ଦେଶକ ଗୋକୁଳ ଆନନ୍ଦ ବାଗାଡିଆ ଓ ସିଇଓ ଅମୀତ ଅଗ୍ରୱାଲ , ପୂର୍ବତନ ଚାମ୍ବର ସଭାପତି ଶୁଭ ପଟ୍ଟନାୟକ ଓ ଚାର୍ଟାର୍ଡ ଆକାଉଣ୍ଟ ବି ଡି ଶିବାହରେ ପ୍ରମୁଖ ଫିତା କାଟି ଆନୁଷ୍ଠାନିକ ଭାବେ ଷ୍ଟୋର ର ଉଦ୍ଘାଟନ କରିଥିଲେ। ଆଜି ଗୃହସ୍ଥୀ ଉଦ୍ଯୋଗ ର ସିଏମଡି ଗଣେଶ ପ୍ରସାଦ ବାଗଡିଆ ଓ ନିର୍ଦେଶିକା ମଞ୍ଜୁ ଦେବୀ ବାଗଡିଆ ଙ୍କ ବିବାହ ବାର୍ଷିକୀ ଅବସରରେ ଏହି ନୂତନ ଷ୍ଟୋର ଉଦଘାଟନ କୁ ନେଇ କମ୍ପାନୀ ର ସମସ୍ତ କର୍ମଚାରୀ ମହଲ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ବହୁଦିନ ରୁ ଏପରି ଗୃହସ୍ଥୀ ର ସ୍ବତନ୍ତ୍ର ଷ୍ଟୋର ପାଇଁ ଗ୍ରାହକଙ୍କ ଚାହିଦା ରହିଥିବା ବେଳେ ଏହା ଗ୍ରହାକ ଙ୍କୁ ଗୃହସ୍ଥୀ ର ପ୍ରାୟ 400 ବିଭିନ୍ନ ପ୍ରକାରର ମସଲା ଯୋଗାଇବା ରେ ସହଯୋଗୀ ହେବ। ଏହାବ୍ୟତୀତ ଅନେକ ସମୟରେ ଗ୍ରାହକ ଙ୍କ ଆବଶ୍ୟକତା କୁ ଦେଖି ବିଭିନ୍ନ ସ୍ବତନ୍ତ୍ର ସ୍କିମ୍ ମଝିରେ ମଝିରେ ଘୋଷଣା କରାଯିବା ନେଇ ସିଏମଡି ଗଣେଶ ପ୍ରସାଦ ବାଗଡିଆ ଜଣାଇଛନ୍ତି।