ସେକୁରା ପକ୍ଷରୁ ସଡକ ସୁରକ୍ଷା ମାସ 2026 ପାଳିତ।

Spread the love

ରାସ୍ତାରେ ଦୁର୍ଘଟଣା ହ୍ରାସ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେକୁରା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ2026 ପାଳିତ ହୋଇଯାଇଛି।
ଏହି ଅବସରରେ ସୁନ୍ଦରଗଡ଼ ଏସପି ଅମ୍ରୀତପାଲ କୌର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ।
ଏସପି କୌର ଯାନବାହନ ଚଳାଇବା ସମୟରେ ଅବଶ୍ୟ ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଇବାରୁ ଦୂରେ ରହିବା, ନିର୍ଦ୍ଧାରିତ ଗତିସୀମା ମାନି ମୋଟରଯାନ ଚଳାଇବା ଓ ସମସ୍ତ ଟ୍ରାଫିକ୍ ନିୟମ ଅନୁସରଣ କରିବାକୁ ଦେଇ ଆହ୍ୱାନ କରିଥିଲେ।
ସେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ବିଶେଷ ଭାବେ ଅନୁରୋଧ କରି କହିଥିଲେ ଯେ, ନିଜ ଘରର ବାପା, ଭାଇ ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ପ୍ରତିଦିନ ହେଲମେଟ୍ ଓ ସିଟ୍‌ବେଲ୍ଟ ପିନ୍ଧିବା ପାଇଁ ପ୍ରେରିତ କରନ୍ତୁ। ସେହିପରି ନିଜେ ଯଦି ସ୍କୁଟି କିମ୍ବା ଦୁଇଚକିଆ ଯାନ ଚଳାଉଛନ୍ତି, ତେବେ ନିଶ୍ଚିତ ଭାବରେ ହେଲମେଟ୍ ବ୍ୟବହାର କରିବାକୁ ସେ ଉପଦେଶ ଦେଇଥିଲେ।
ପ୍ରତିଦିନ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ସଡ଼କ ଦୁର୍ଘଟଣା ଏକ ଗଭୀର ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ରୋକିବା ପାଇଁ ଶିକ୍ଷା, ସଡ଼କ ଯାନ୍ତ୍ରିକୀକରଣ ଓ କାନୁନ ପ୍ରୟୋଗ—ଏହି ତିନୋଟି ମୂଳ ଉପାଦାନକୁ ସମନ୍ୱୟ ଭାବରେ କାର୍ଯ୍ୟାନ୍ୱୟନ କରିବା ଅତ୍ୟାବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଆର୍‌ଟିଓ ମାନା ସିଂ ମଧ୍ୟ ଯୋଗଦେଇ ସାଧାରଣ ଲୋକଙ୍କୁ ଯାନବାହନ ଯାତାୟାତ ସମ୍ପର୍କିତ ନିୟମ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।ରାସ୍ତାରେ ଦୁର୍ଘଟଣା ହ୍ରାସ କରିବା ଏବଂ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେକୁରା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ ଉଦ୍‌ଯାପିତ ହୋଇଯାଇଛି।
ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ଆଦରଣୀୟ ଏସପି ଅମ୍ରୀତପାଲ କୌର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ସାଧାରଣ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ।
ଏସପି ଶ୍ରୀମତୀ କୌର ଯାନବାହନ ଚଳାଇବା ସମୟରେ ଅବଶ୍ୟ ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଇବାରୁ ଦୂରେ ରହିବା, ନିର୍ଦ୍ଧାରିତ ଗତିସୀମା ମାନି ଯାନ ଚଳାଇବା ଓ ସମସ୍ତ ଟ୍ରାଫିକ୍ ନିୟମ ଅନୁସରଣ କରିବାକୁ ଜୋର ଦେଇ ଆହ୍ୱାନ କରିଥିଲେ।
ସେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ବିଶେଷ ଭାବେ ଅନୁରୋଧ କରି କହିଥିଲେ ଯେ, ନିଜ ଘରର ବାପା, ଭାଇ ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ପ୍ରତିଦିନ ହେଲମେଟ୍ ଓ ସିଟ୍‌ବେଲ୍ଟ ପିନ୍ଧିବା ପାଇଁ ପ୍ରେରିତ କରନ୍ତୁ। ସେହିପରି ନିଜେ ଯଦି ସ୍କୁଟି କିମ୍ବା ଦୁଇଚକିଆ ଯାନ ଚଳାଉଛନ୍ତି, ତେବେ ନିଶ୍ଚିତ ଭାବରେ ହେଲମେଟ୍ ବ୍ୟବହାର କରିବାକୁ ସେ ଉପଦେଶ ଦେଇଥିଲେ।
ପ୍ରତିଦିନ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ସଡ଼କ ଦୁର୍ଘଟଣା ଏକ ଗଭୀର ଚିନ୍ତାର ବିଷୟ ବୋଲି ଉଲ୍ଲେଖ କରାଯାଇଥିଲା। ଏହାକୁ ରୋକିବା ପାଇଁ ଶିକ୍ଷା, ସଡ଼କ ଯାନ୍ତ୍ରିକୀକରଣ ଓ କାନୁନ ପ୍ରୟୋଗ—ଏହି ତିନୋଟି ମୂଳ ଉପାଦାନକୁ ସମନ୍ୱୟ ଭାବରେ କାର୍ଯ୍ୟାନ୍ୱୟନ କରିବା ଅତ୍ୟାବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଆର୍‌ଟିଓ ମାନା ସିଂ ମଧ୍ୟ ଯୋଗଦେଇ ସାଧାରଣ ଲୋକଙ୍କୁ ଯାନବାହନ ଯାତାୟାତ ସମ୍ପର୍କିତ ନିୟମ ଓ ସୁରକ୍ଷା ମାନଦଣ୍ଡ ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।

Spread the love

Leave a Reply

Your email address will not be published. Required fields are marked *