R.Y.F.A ର ପଖାଳ ଦିବସ ।

Spread the love


ଆଜି ବିଶ୍ୱ ପଖାଳ ଦିବସ ଅବସରରେ National Human Rights and Crime Control Bureau (NHRCCB) ର ରାଜ୍ୟ ଉପସଭାପତି ଅଭିଷେକ ପୃଷେଠ ଓ R.Y.F.A ର ସଭାପତି ସଂଗ୍ରାମ କେଶରୀ ବେହେରାଙ୍କ ମିଳିତ ପ୍ରୟାସରେ ସେକ୍ଟର–୮ କମ୍ୟୁନିଟି ସେଣ୍ଟର ଠାରେ ଉତ୍ସାହର ସହିତ ପଖାଳ ଦିବସ ପାଳିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲିର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ, ପୂର୍ବତନ ବଣେଇ ବିଧାୟକ ଜନାର୍ଦ୍ଦନ ଦେହୁରୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ,ଆଇଏନଟିୟୁସି ଜିଲ୍ଲା ସଭାପତି ନିହାର ରଞ୍ଜନ ଦାସ, ସମାଜସେବୀ ଶ୍ରଦ୍ଧା ଷଡ଼ଙ୍ଗୀ, ଚୌଧୁରୀ ବିଜୟ ପଟ୍ଟନାୟକ, ଅରୁଣ କୁମାର ମହାପାତ୍ର, ରଘୁନାଥ ପ୍ରଧାନ, ଅଶୋକ ସେଠୀ, ଯୁବନେତା ବିଶ୍ବଜିତ ଜେନା, ବିକାଶ ବେହୁରିଆ, ସୌମ୍ୟକାନ୍ତ ଧଳ, ରୁଦ୍ରନାରାୟଣ ବେହେରାଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।
ଉତ୍ସବରେ ପଖାଳର ବିଶେଷତ୍ୱ, ଓଡ଼ିଆ ସଂସ୍କୃତିର ଗୌରବ ଓ ଏହାର ପ୍ରଚାର–ପ୍ରସାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଭଳି ସୁନ୍ଦର ପ୍ରୟାସକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।


Spread the love

Leave a Reply

Your email address will not be published. Required fields are marked *